ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା

ଚାଷୀ ପଞ୍ଜୀକରଣ ନେଇ ଚାଷୀମାନେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ଏହାପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଆସିଛି । ମନ୍ତ୍ରୀ କହିଛନ୍ତି ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା । ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଛି । ଯଦି କିଛି ଅଭିଯୋଗ ଆସେ ତେବେ ସମୟସୀମା ବୃଦ୍ଧି କରିବେ ସରକାର ।

ଅଣ୍ଡରଟେକିଙ୍ଗ୍ ଦେଇ ଚାଷୀ କରିବେ ପଞ୍ଜୀକରଣ । ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରିଦିଆଯାଇଛି । ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜେ ବାପାଙ୍କ ନାମରେ ଥିବ ସେମାନେ ଅଣ୍ଡରଟେକିଙ୍ଗ୍ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ । ତେଣୁ ଚାଷୀ ଆନ୍ଦୋଳନର କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି । ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ ।  ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave a comment