ଏସିଆ କପ: ସେପ୍ଟେମ୍ବର 14 ରେ ଭାରତ- ପାକିସ୍ତାନ ମ୍ୟାଚ
ଆସନ୍ତା ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପର କ୍ରୀଡାସୂଚୀ ପ୍ରକାଶ ପାଇଛି । ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ହେବ। ଯଦି ଉଭୟ ଦଳ ଫାଇନାଲରେ ପହଁଞ୍ଚନ୍ତି, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ୍ ହେବ। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମହସିନ ନକଭି ଶନିବାର ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ ରେ ଖେଳାଯିବ।
୨୦୨୫ ଏସିଆ କପରେ ପ୍ରଥମ ଥର ପାଇଁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଖେଳାଯିବ। ଏହା ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ହେବ। ତା’ପରେ ୨୧ ସେପ୍ଟେମ୍ବରରେ ଉଭୟ ଦଳ ସୁପର-୪ରେ ମୁହାଁମୁହିଁ ହେବେ। ଏସିସି ପ୍ରସାରଣକାରୀଙ୍କ ସହ ଚୁକ୍ତି ଅନୁଯାୟୀ, ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯାଇଛି ଏବଂ ସେମାନେ ସୁପର ସିକ୍ସ ପର୍ଯ୍ୟାୟରେ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାର ଆଉ ଏକ ସୁଯୋଗ ପାଇବେ। ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚନ୍ତି, ତେବେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ମ୍ୟାଚ୍ ହେବାର ସମ୍ଭାବନା ମଧ୍ୟ ରହିବ।