ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ମେଟ୍ରୋ ଟିଭି ଓଡିଶା (୨୧.୪.୨୦୧୨)

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସାଂସଦ ପଦରୁ ସୁବାସ ସିଂ ଇସ୍ତଫା ଦେବା ସହ ମୁଁ ଗୋଟିଏ ପଦରେ ରହି କାମ କରିବି ବୋଲି ସେ କହିଛନ୍ତି । ରାଜ୍ୟସଭାରେ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଛି ।

ଜଙ୍ଗଲ ସୁରକ୍ଷା କଥା, ଅଙ୍ଗନଓ୍ୱାଡ଼ି ଓ ହସ୍ତତନ୍ତଶିଳ୍ପ କଥା ମଧ୍ୟ ମୁଁ ରାଜ୍ୟସଭାରେ ଉଠାଇଥିଲି ବୋଲି କହିଛନ୍ତି ସୁବାସ । ତାହାଛଡ଼ା ଅନେକ ପ୍ରସଙ୍ଗକୁ ସେ ଗୃହରେ ଆଲୋଚନା କରିଛନ୍ତି ବୋଲି ଆଜି ସମ୍ବାଦିକ ସମ୍ମିଳନୀରେ ସୁବାସ କହିଛନ୍ତି ।