ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା

ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା । ଗତକାଲି ଅପରାହ୍ନ ୪ଟା ୪୫ ମିନିଟ ସମୟରେ ମହାକାଶ ଷ୍ଟେସନରୁ ସ୍ପେସ-ଏକ୍ସ ଡ୍ରାଗନରେ ଯାତ୍ରା ଆରମ୍ଭ କରିଛନ୍ତି।  ୨୨ ଘଣ୍ଟା ଯାତ୍ରା କରିବା ପରେ ଆଜି ଅପରାହ୍ନ ୩ଟାରେ କାର୍ଲିଫଣ୍ଣିଆ ଉପକୂଳରେ ଡ୍ରାଗନ ଅବତରଣ କରିବାର ଅଛି । ଆଇଏସଏସରେ ୧୮ ଦିନର ରହଣି ଭିତରେ ଜୀବବିଜ୍ଞାନ, କୁତ୍ରିମ ବୁଦ୍ଧିମତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ବାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି ।  ଗତ ଜୁନ୍ ୨୫  ତାରିଖରେ ଆକ୍ସିଅମ- ଫୋର୍ ମିଶନରେ ଅନ୍ୟ ୩ଜଣ ମହାକାଶଚାରୀଙ୍କ ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲେ ଭାରତର ଶୁଭାଂଶୁ ଶୁକ୍ଲା। ପୃଥିବୀକୁ ଫେରିବା ପରେ ପରିବେଶ ସହ ଖାପ ଖୁଆଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି ।  ଶୁଭାଂଶୁ ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯିବା ଏତେ ସହଜ ହୋଇ ନଥିଲା । ଆକ୍ସିଅମ  -ଫୋର ମିସନ ବିଭିନ୍ନ ବୈଷୟିକ ତ୍ରୁଟି  ଯୋଗୁ ବାରମ୍ୱାର ସ୍ଥଗିତ ରହିଥିଲା। ଜୁନ୍ ୧୦ ତାରିଖରେ ଆକ୍ସିଅମ ଫୋର୍ ମିସନ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ପରେ ବିଭିନ୍ନ କାରଣରୁ ଏହି ମିସନ ବାରମ୍ୱାର ସ୍ଥଗିତ ରହିଥିଲା । ଶେଷରେ ଜୁନ୍ ୨୫ରେ ମହାକାଶକୁ ଯାତ୍ରା କରିଥିଲେ ଶୁଭାଂଶୁ । ଯଦି ସବୁକିଛି ଠିକ୍ ରୁହ, ତେବେ  ଆଜି ପୃଥିବୀପୃଷ୍ଠରେ ପହଞ୍ଚିବେ ଶୁଭାଂଶୁ ।

Leave a comment