ଅଗଷ୍ଟ ୨୯ରୁ ଆରମ୍ଭ ହେବ ପ୍ରୋ କବାଡ଼ି ଲିଗ୍‌

ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ୧୨ଶ ସଂସ୍କରଣ ଅଗଷ୍ଟ ୨୯ରୁ ଆରମ୍ଭ ହେବ। ଫ୍ରାଞ୍ଚାଇଜି ଭିତ୍ତିକ ପ୍ରୋ କବାଡ଼ି ଲିଗ୍‌ର ଗତ ୧୧ଟି ସଂସ୍କରଣରେ ୮ଟି ପୃଥକ୍‌ ଦଳ ଚମ୍ପିଆନ୍‌ ହୋଇଛନ୍ତି। ସଫଳତମ ଦଳ ଭାବେ ପାଟନା ପାଇରେଟ୍‌ସ କ୍ରମାଗତ ୩ ଥର ଚମ୍ପିଆନ୍‌ ହୋଇଛି। ଗତବର୍ଷ ହରିୟାଣା ଷ୍ଟିଲର୍ସ ପ୍ରଥମ ଥର ଜିତିଥିଲା। ୧୨ଟି ଦଳ ଡବଲ୍‌ ରାଉଣ୍ଡ ରବିନ୍‌ ଲିଗ୍‌ ଭିତ୍ତିରେ ବା ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ। ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ଦଳ ସେମିଫାଇନାଲକୁ ଏବଂ ପରବର୍ତ୍ତୀ ୪ଟି ଦଳ ଏଲିମିନେଟରକୁ ଉନ୍ନୀତ ହେବେ। ୬ ସପ୍ତାହ ତ​‌େ​‌ଳ ପ୍ରୋ କବାଡ଼ି ଲିଗ୍‌ ୧୨ଶ ସଂସ୍କରଣର ନିଲାମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦ ଜଣ ଖେଳାଳି ୧ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ୨୦୧୪ରେ ଆରମ୍ଭ ହୋଇଥିବା ପ୍ରୋ କବାଡ଼ି ଲିଗ୍‌ ଦେଶର ଅନ୍ୟତମ ଶ୍ରେଷ୍ଠ ପେସାଦାର କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ପରିଣତ ହୋଇଛି।

Leave a comment