ଦୁଷ୍କର୍ମ ଅଭିଯୋଗରେ ଫସିଲେ ଭାରତୀୟ କ୍ରିକେଟର ୟାସ ଦୟଲା

ଦୁଷ୍କର୍ମ ଅଭିଯୋଗରେ ଫସିଛନ୍ତି ଭାରତୀୟ କ୍ରିକେଟର ୟାସ ଦୟଲା। ଆରସିବି(ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ଦ୍ରୁତ ବୋଲର ୟାଶଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା। ଅଭିଯୋଗ ଆଧାରରେ ୟାଶଙ୍କ ନାମରେ ମାମଲା ରୁଜୁ ହୋଇଛି।ସୂଚନା ଅନୁସାରେ, ୨୭ ବର୍ଷୀୟ ୟାଶଙ୍କ ସହିତ ଗାଜିଆବାଦର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ୟାଶ ଗତ ୫ ବର୍ଷ ହେବ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଥିଲେ। ଏ ନେଇ ଗତ ଜୁନ ୨୧ ତାରିଖରେ ଯୁବତୀ ଜଣକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅନଲାଇନରେ ଅଭିଯୋଗ କରିଥିଲେ। ୟାଶ ତାଙ୍କଠାରୁ ଅର୍ଥ ଶୋଷଣ କରିଥିବା ଏବଂ ଅନ୍ୟ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଯୁବକ।

Leave a comment