ଆଜିର ରାଶିଫଳ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୬ ଜୁଲାଇ ଅର୍ଥାତ୍ କାଲି ଦେବଶୟନ ଏକାଦଶୀ । ଏହାସହ ଆସନ୍ତାକାଲି ଠାରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହି ଏକାଦଶୀରୁ ହିଁ ପ୍ରଭୁ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଯୋଗନିଦ୍ରାରେ ରହିଥାନ୍ତି । ଏହି କାରଣରୁ ହିଁ ଚର୍ତୁମାସର ଆରମ୍ଭ ହୋଇଥାଏ । ଦୀର୍ଘ ବର୍ଷ ପରେ ଦେବଶୟନ ଏକାଦଶୀରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସାଧ୍ୟ ଯୋଗ, ଶୁଭ ଯୋଗ, ତ୍ରିପୁଷ୍କର ଯୋଗ ଓ ରବି ଯୋଗର ବିଶେଷ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ଏହି ଦୁର୍ଲ୍ଲଭ ସଂଯୋଗ କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଲକ୍ଷ୍ମୀ-ନାରାୟଣଙ୍କ ଆଶୀର୍ବାଦ ସହ ଧନ ସମ୍ପତ୍ତି ବୃଦ୍ଧି ହେବ ।
ବୃଷ- ଏହି ଶୁଭ ସଂଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ୍ ହେବେ । ବ୍ୟବସାୟରେ ବଡ ଲାଭ ମିଳିବ । ଭୂମି, ଯାନ କିଣିବାର ଯୋଗ ରହିଛି ।
କର୍କଟ- ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ସବୁଥିରେ ବଡ ଲାଭ ମିଳିବ । ଘରେ ଶୁଭ କାର୍ଯ୍ୟର ଯୋଗ ରହିଛି । ନକରାତ୍ମକ ଶକ୍ତି ଦୂର ହେବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ ।
କନ୍ୟା- ଆର୍ଥିକ ସମସ୍ୟା ଦୂର ହେବ। ପରିବାରରେ ହସଖୁସିର ବାତାବରଣ ରହିବ । ବିବାଦ ଦୂର ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ
ଧନୁ- ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଦରମା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।
ମୀନ- ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।