ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ନୂଆ ବଲିଉଡ ସିନେମା ମେଟ୍ରୋ ଇନ ଦିନୋ
ରିଲିଜ ହୋଇଛି ବଲିଉଡ ସିନେମା ମେଟ୍ରୋ ଇନ ଦିନୋ । ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଏହି ରୋମାନ୍ସ, ଫ୍ୟାମିଲି ଡ୍ରାମାର କାହାଣୀରେ ଆଦିତ୍ୟ ରୟ କପୁର, ସାରା ଅଲ୍ଲୀ ଖାନଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି । ରିଲିଜର ପ୍ରଥମ ଦିନରେ ଦର୍ଶକଙ୍କଠୁ ମିଶ୍ରତ ପ୍ରତିକ୍ରିୟା ମିଳୁଛି ।ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ନୂଆ ବଲିଉଡ ସିନେମା ମେଟ୍ରୋ ଇନ ଦିନୋ । ପାରିବାରିକ କାହାଣୀରେ ରୋମାନ୍ସର ଛୁଙ୍କ ଦେଇ ନିର୍ମାଣ କରାଯାଇଛି ସିନେମା । ବିଭିନ୍ନ ବୟସ ଯୋଡିଙ୍କ ପ୍ରେମ କାହାଣୀକୁ ଭିନ୍ନ ଏକ ଢ଼ଙ୍ଗରେ ବଡ ପରଦାର ଉପସ୍ଥାପନ କରାଯାଇଛି । ବଲିଉଡର ନୂଆ ପୁରୁଣା କଳାକାରଙ୍କ ଅତି ନିଖୁଣ ଓ ଚମତ୍କାର ଅଭିନୟ ରହିଛି । ପ୍ରଥମଥର ପାଇଁ ଆଦିତ୍ୟ ରୟ କପୁର, ସାରା ଅଲ୍ଲୀ ଖାନଙ୍କ ମୁଖ୍ୟ ଭୂମିକାରେ ଅଭିନୟ ଦେଖିବାକୁ ମିଳିଛି ।
ଏଥିସହ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅନୁପମ ଖୋ, ନୀନା ଗୁପ୍ତା, ପଙ୍କଜ ତ୍ରୀପାଠି, କୋଙ୍କଣା ସେନ ଶର୍ମା, ଅଲ୍ଲୀ ଫଜଲ, ଫତିମା ସାନା ଖେଶଙ୍କ ପରି ଲୋକପ୍ରିୟ ଓ ଅଭିଜ୍ଞ କଳକାରଙ୍କ ଅଭିନୟ କରିଛନ୍ତି । ବଲିଉଡର ନାଁ କରା ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ସିନେମା ମେଟ୍ରୋ ଇନ ଦିନୋ । ୨୦୦୭ ରିଲିଜ ଲାଇଫ ଇନ ମେଟ୍ରୋର ସିକ୍ବେଲ ହେଉଛି ମେଟ୍ରୋ ଇନ ଦିନୋ । ପ୍ରାୟ ୧୮ବର୍ଷ ପରେ ଅନୁରାଗ ଏକ ନୂଆ କାହାଣୀ ଓ ନୂଆ କଳାକାରଙ୍କୁ ନେଇ ଏହି ସିନେମା ପ୍ରସ୍ତୁତ କରିଛନ୍ତି । ତେବେ ଆଜିର ଯୁବପୀଢ଼ିଙ୍କ ସହ ସବୁ ବର୍ଗର ଦର୍ଶକଙ୍କୁ ସିନେମା ପସନ୍ଦ ଆସିବ ବୋଲି ଆଶା ରଖିଛି ଟିମ ।