ଆଜିର ରାଶିଫଳ

ମେଷ: ରାଜା ତୁଲ୍ୟ କ୍ଷମତାଶାଳୀ ହେବେ। ତେଜୀୟାନ୍‌ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଉତ୍ତମ ପୁତ୍ରର ଜନକ ହେବେ। ଜନବଲ୍ଲଭ ଭାବେ ସମାଜିକ ସ୍ତରରେ ସମ୍ମାନିତ ହେବେ।

ବୃଷ: କାର୍ତ୍ତିକେୟଙ୍କ ସଦୃଶ୍ୟ ରୂପବନ୍ତ ହେବେ। ଆପଣଙ୍କ କଥାବାର୍ତ୍ତା, ଚାଲିଚଳନ ଓ ବ୍ୟବହାର ପ୍ରାଣସ୍ପର୍ଶୀ ହେବ। କୀର୍ତ୍ତିମାନ୍‌ ହେବେ। ସଦା ସମୃଦ୍ଧର ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା ନ କଲେ ମିତ୍ରମାନେ ବିରାଗ ମନୋଭାବର ହୋଇପାରନ୍ତି। ବିଦେଶ ଗମନ ଇଚ୍ଛା ଥିଲେ ବି ସ୍ବାସ୍ଥ୍ୟ ହାନି ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଅର୍ଥାଭାବ ଦେଖାଦେବ।

କର୍କଟ: ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ ବୃଦ୍ଧି ହେବାର ସଙ୍କେତ ମିଳୁଛି। ଜଣେ ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜନସାଧାରଣଙ୍କ ଅନୁରୋଧରେ ଉଚ୍ଚାସନରେ ଆସୀନ ହେବେ।

ସିଂହ: ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରି ସମ୍ମାନିତ ହେବେ। ନାନା ସୁଖ ପ୍ରାପ୍ତି ସହିତ ବିଶାଳ ଯଶର ଅଧିକାରୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ରହିବ। ସମସ୍ତ କଳ୍ମଷ ଦୂର ହେବ।

କନ୍ୟା: ଆପଣଙ୍କ ବକ୍ତବ୍ୟ ପ୍ରାଣସ୍ପର୍ଶୀ ହେବ। ଅସୁସ୍ଥତା ଯୋଗଁୁ ଅଧିକ ବିଶ୍ରାମ ନେବାକୁ ଇଚ୍ଛା କରିବେ। ଶୌର୍ଯ୍ୟଶାଳୀ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ରାନୁରକ୍ତ ଓ ବୁଦ୍ଧିମାନ୍‌ ହେବେ।

Leave a comment