ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆଜି କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆଜି କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି । କାର୍ଯ୍ୟାଳୟରେ ଷ୍ଟାଫଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କାରିଛନ୍ତି । ସୋମବାର ଅତିରିକ୍ତ କମିଶନରଙ୍କୁ ଅଫିସରୁ ଘୋଷାଡି ଆଣି ମାଡ ମାରିବା ସହ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଘଟଣାକୁ ସମସ୍ତ କର୍ମଚାରୀ ନିନ୍ଦା କରିବା ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଓଏଏସ ସଂଘ କାର୍ଯ୍ୟବନ୍ଦ କରିଛନ୍ତି । ସେପଟେ ଘଟଣାକୁ ନିନ୍ଦା କରିବା ସହ ଦୁଭାବ୍ୟଜନକ କହିଛନ୍ତି ବିଏମସି କମିଶନର ।