ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି। ଆଜି ବିକାଶର ଆଧାର ହୋଇପାରିଛି। ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋହନ ମାଝୀଙ୍କ ସରକାର କୋଟିକୋଟି ଭକ୍ତମାନଙ୍କର ନିବେଦନ ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଛି। ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା କୋଟିକୋଟି ଭକ୍ତଙ୍କର ଆଶା ଥିଲା। ଆପଣମାନଙ୍କର ଭଲ ପାଇବା ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଏଠାକୁ ଟାଣିଆଣିଛି।