ପଞ୍ଚଭୂତ ରେ ଲିନ ହେଲେ ରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସଞ୍ଜୟ କପୁରଙ୍କ ମୃତ୍ୟୁର ୮ ଦିନ ପରେ ଆଜି ଅର୍ଥାତ୍ ଗୁରୁବାର ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ। ସଞ୍ଜୟ କପୁରଙ୍କ ପାଇଁ ପ୍ରାର୍ଥନା ସଭା ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହେବ। ସଞ୍ଜୟ କପୁରଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁରଙ୍କ ପିଲାମାନେ ମଧ୍ୟ ତାଙ୍କ ଶେଷକୃତ୍ୟରେ ଯୋଗଦେବେ। ଏଥିପାଇଁ କରିସ୍ମା ନିଜ ପିଲାଙ୍କୁ ଧରି ଦିଲ୍ଲୀ ଯାଇଥିବା ଜଣାଯାଇଛି।
ଏନଡିଟିଭି ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ସଞ୍ଜୟଙ୍କ ପରିବାର ଏକ ପ୍ରେସ୍ ନୋଟ୍ ଜାରି କରି ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ବିବରଣୀ ଦେଇଥିଲେ। କୁହାଯାଉଛି ଯେ, ବ୍ୟବସାୟୀଙ୍କ ଶେଷକୃତ୍ୟ ଗୁରୁବାର ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଲୋଧି ରୋଡ୍ ଶ୍ମଶାନରେ କରାଯିବ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନୋଟ୍ ଅନୁଯାୟୀ, ସଞ୍ଜୟ କପୁରଙ୍କ ପ୍ରାର୍ଥନା ସଭା ଜୁନ୍ ୨୨ତାରିଖ ଅପରାହ୍ନ ୪ରୁ ୫ଟା ମଧ୍ୟରେ ଦିଲ୍ଲୀର ତାଜ ପ୍ୟାଲେସ୍ ହୋଟେଲରେ ଅନୁଷ୍ଠିତ ହେବ। ପ୍ରାର୍ଥନା ସଭା ନୋଟ୍ରେ ସଞ୍ଜୟ କପୁରଙ୍କ ଫଟୋ ଏବଂ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଗୁରୁମୁଖୀରେ ଲିଖିତ ଏକ ଉଦ୍ଧୃତି ଅନ୍ତର୍ଭୁକ୍ତ। ଶେଷରେ ସଞ୍ଜୟଙ୍କ ମାଆଙ୍କ ନାମ ଏବଂ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କ ନାମ ରହିଛି। ଏଥିରେ ତାଙ୍କ ସମସ୍ତ ପିଲାଙ୍କ ନାମ; ସମାଇରା ଏବଂ କିଆନ (କରିସ୍ମା କପୁରଙ୍କ ସନ୍ତାନ), ତାଙ୍କ ସାବତ ଝିଅ ସୈଫ୍ରା ଏବଂ ତାଙ୍କ ପୁଅ ଆଜାରିଆସ୍ (ତାଙ୍କ ତୃତୀୟ ସ୍ତ୍ରୀଙ୍କ ପୁଅ) ଅନ୍ତର୍ଭୁକ୍ତ।