ଆଜି ପର୍ଯ୍ୟଟକଙ୍କ ପାଇଁଁ ବନ୍ଦ ରହିବ ନନ୍ଦନକାନନ

ଆଜି ମଙ୍ଗଳବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁଁ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଏଥର ଶେଷରଜ ସୋମବାର ପଡିଥିଲା। ନନ୍ଦନକାନନ ସୋମବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହୁଥ‌ିବାବେଳେ ଚଳିତ ବର୍ଷ ଶେଷ ରଜ ଅର୍ଥାତ୍ ୧୬ ତାରିଖରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁଁ ଖୋଲା ରହିଥିଲା। ଏହା ପରିବର୍ତ୍ତେ ପରଦିନ ଅର୍ଥାତ୍ ଆଜି ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ଶ୍ରୀ ନାରାୟଣ କହିଛନ୍ତି। ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା, ରଜ ସୋମବାର ପଡୁଥିଲେ, ସେହିଦିନ ଖୋଲାରହି ପରଦିନ ଅର୍ଥାତ୍ ଆଜି ବନ୍ଦ ରହିବ।

Leave a comment