ଜୁନ 26 ରେ ମହାସଂଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖୁବ୍‌ ଶୀଘ୍ର ମିଥୁନ ରାଶିରେ ଚର୍ତୁଗ୍ରହୀ ଯୋଗ ହେବାକୁ ଯାଉଛି । ୨୬ ଜୁନ୍‌ ୨୦୨୫ରେ ସୂର୍ଯ୍ୟ, ବୁଧ, ଗୁରୁ ଓ ଚନ୍ଦ୍ରମା ଏକାଠି ହୋଇ ଚର୍ତୁଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାକୁ ଅତ୍ୟନ୍ତ ଶୁଭ ସଂଯୋଗ ବୋଲି କୁହାଯାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ବୃଷ- ଏହି ଯୋଗ ଆପଣଙ୍କ ପାଇଁ ସୌଭାଗ୍ୟ ଆଣିବ । ଲୋକପ୍ରିୟତା ବୃଦ୍ଧି ହେବ । ପୈତୃକ ସମ୍ପତ୍ତି ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଆର୍ଥିକ ଉନ୍ନତି ହେବ । ପରିବାରରେ ହସଖୁସି ଓ ଶାନ୍ତିର ବାତାବରଣ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।

ମିଥୁନ- ଜୀବନରେ ହଠାତ୍‌ ବଡ ପରିବର୍ତ୍ତନ ହେବ । କର୍ମକ୍ଷେତ୍ର, ବ୍ୟବସାୟରେ ବଡ ଲାଭ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ସୁଖସମୃଦ୍ଧି ବୃଦ୍ଧି ହେବ । ଶୁଭ  ଖବର ମିଳିବ । ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

ସିଂହ- ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଆୟରେ ବୃଦ୍ଧି ହେବ । ଶିକ୍ଷା, ପ୍ରେମ, ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହଠାତ୍‌ ଧନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ସହକର୍ମୀଙ୍କ ସହଯୋଗ ମିଳିବ ।

ତୁଳା- ଅନେକ କ୍ଷେତ୍ରରେ ଉନ୍ନତି ହେବ । ପରିଶ୍ରମର ଫଳ ମିଳିବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଧାର୍ମିକ ଯାତ୍ରାର ଯୋଗ ରହିଛି । କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ସଠିକ୍‌ ନିଷ୍ପତ୍ତି ନେବେ । ଚିନ୍ତା ଦୂର ହେବ ।

କୁମ୍ଭ- ନୂଆ ଉପଲବ୍ଧି ହାସଲ କରିବେ । ଅନେକ ଯୋଜନାରେ ସଫଳତା ମିଳିବ । ଉଚ୍ଚ ପଦ ମିଳିବ । ଜୀବନରେ ନୂଆ ଖୁସି ଆସିବ । ସନ୍ତାନ ପକ୍ଷରୁ ଖୁସି ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

 

Leave a comment