ଆସନ୍ତା ୪୮ ଘଣ୍ଟାରେ ପୁଣି ଥରେ ଓଡ଼ିଶା ଛୁଇଁବ ମୌସୁମୀ

ଓଡ଼ିଶାରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟାରେ ମୌସୁମୀ ପୁଣି ଥରେ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ପୂର୍ବ ଭାରତର ଅନେକ ସ୍ଥାନକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ପର୍ଶ କରିବ। ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, କେରାପୁଟ ଓ ମାଲକାନଗିରିର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଭୀଷଣ ବର୍ଷିପାରେ। ଏଥିସହ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ଭଲ ବର୍ଷାର ସମ୍ଭାବନା ରହିଛି।

ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ରଜରେ ସାରା ରାଜ୍ୟ ବର୍ଷାରେ ଭିଜିବ ବୋଲି ଅନୁମାନ କରାଯାଉଛି। ମୌସୁମୀ ଛୁଇଁବା ପରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ବର୍ଷାର ଅନୁପାତ ଧୀରେଧୀରେ ବଢ଼ିପାରେ। ରାଜ୍ୟର ସର୍ବାଧିକ ତାପମାତ୍ରା ବର୍ଷା ହୋଗୁଁ ୨ରୁ ୪ ଡିଗ୍ରି ଯାଏଁ ହ୍ରାସ ପାଇବ।

Leave a comment