12 ବର୍ଷ ପରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ସୃଷ୍ଟି , ଏହି ରାଶିଙ୍କର ହେବ ଭାଗ୍ୟ ପରିବର୍ତନ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁନ୍ ୨୦୨୫ରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଶୁଭ ସଂଯୋଗ ବୋଲି ମଧ୍ୟ କୁହାଯାଏ । ପ୍ରାୟ ୧୨ ବର୍ଷ ପରେ ୧୫ ଜୁନ୍ରେ ମିଥୁନ ରାଶିରେ ଗୁରୁ, ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ଏହାଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଏହି ରାଶିର ବ୍ୟକ୍ତି ବିଶେଷ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ ବରଂ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଆର୍ଥିକ କ୍ଷେତ୍ରରେ ହଠାତ୍ ପରିବର୍ତ୍ତନ ହେବ । ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ସହ ନୂଆ ନୂଆ ସଫଳତା ମିଳିବ । ଜାଣନ୍ତୁ..
ମିଥୁନ- ଏହି ରାଶିଙ୍କୁ ହଠାତ୍ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ନୂଆ ଦାୟିତ୍ୱ, ବ୍ୟବସାୟରେ ବଡ ସଫଳତା ମିଳିବ । ହଠାତ୍ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ନିବେଶ କରି ଲାଭବାନ୍ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ । ଅଟକି ଥିବା କାମ ପୂରଣ ହେବ । ନୂଆ ସୁଯୋଗ ପାଇବେ ।
କର୍କଟ- କର୍ମକ୍ଷେତ୍ରରେ ନୂଆ ନୂଆ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଟଙ୍କା ନିବେଶ କରିବେ । ମାନସିକ ଶାନ୍ତି ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସମ୍ପର୍କରେ ମଧୁରତା ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି ।
କନ୍ୟା- ବ୍ୟବସାୟରେ ଉନ୍ନତି ହେବ । ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ମାନସିକ ଶାନ୍ତି ମିଳିବ । ସଠିକ୍ ନିଷ୍ପତ୍ତି ନେବେ