୩୦ ମେ’ ରେ ସୂର୍ଯ୍ୟ ଓ ବୁଧ ଗୋଟିଏ ରାଶିରେ ରହିବେ, ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍ ହେବେ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ବୁଧଙ୍କୁ ମିତ୍ର ଗ୍ରହ ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହଙ୍କ ରାଜା ବୋଲି କୁହାଯାଏ । ବୁଧଙ୍କୁ ରାଜକୁମାର କୁହାଯାଏ । ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବିଶେଷ ସଂଯୋଗ ସହ ଅତ୍ୟନ୍ତ ଶୁଭ ସଂଯୋଗ ସୃଷ୍ଟି ହୋଇଥାଏ ।
ବୁଧ ବୁଦ୍ଧି, ତର୍କ, ବାଣୀ, ବ୍ୟବସାୟ, ହାସ୍ୟ ଓ ପ୍ରେମର କାରକ । ସୂର୍ଯ୍ୟ ଆତ୍ମା, ନେତୃତ୍ୱ, ସ୍ୱାସ୍ଥ୍ୟ, ସରକାରୀ ପ୍ରଭାବର ପ୍ରତିନିଧିତ୍ୱ କରି ଥାନ୍ତି । ୩୦ ମେ’ ୨୦୨୫ରେ ସୂର୍ଯ୍ୟ ଓ ବୁଧ ଗୋଟିଏ ରାଶିରେ ରହିବେ । ଫଳରେ ଶକ୍ତିଶାଳୀ ଦୃଷ୍ଟି ଯୋଗ ସୃଷ୍ଟି ହେବ । ଏହି ଯୋଗ ଫଳରେ ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍ ହେବେ ।
ମେଷ- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ଚାକିରିରେ ପଦନ୍ନୋତି ସହ ଯାତ୍ରାର ମଧ୍ୟ ଯୋଗ ରହିଛି । ବ୍ୟବସାୟୀ ଆର୍ଥିକ ରୂପରେ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଟଙ୍କା ନିବେଶ କରି ହଠାତ୍ ଧନୀ ହେବେ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।
ମିଥୁନ- ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ପରୀକ୍ଷାରେ ସଫଳତା ମିଳିବ ।
ସିଂହ- ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରି ଶୁଭ ଖବର ମିଳିବ । ଯାତ୍ରା ସଫଳ ହେବ ।
କନ୍ୟା- ଆର୍ଥିକ ସ୍ଥିତି ମଜଭୁତ ହେବ । ସମ୍ପତ୍ତିରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବିଦେଶ ଯାତ୍ରାର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ ।
ଧନୁ- ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ହଠାତ୍ ଧନ ଲାଭ ହେବ । ଯାତ୍ରାର ଯୋଗ ରହିଛି । ଯାତ୍ରା ପରେ ଧନ ପ୍ରାପ୍ତି ହେବ ।