ଜାଣନ୍ତୁ ଆଜିର ରାଶିଫଳ
ମେଷ: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କାମ କରିବାର ନୂଆ ପଦ୍ଧତି ଉପରେ ବିଚାର କରିବେ।
ବୃଷ: ବିଷମ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଶୀଘ୍ର ସୁଧୁରିବାର ସଂକେତ ମିଳିବ।
ମିଥୁନ: ଅଫିସ କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଏଭଳି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କୁ କିଛି ନୂଆ ଶିକ୍ଷା ଦେବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
କର୍କଟ: ମନୋରଂଜନ ଗତିବିଧିରେ କିଛି ସମୟ ଅତିବାହିତ କରିବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।
ସିଂହ: ଅନ୍ୟମାନଙ୍କ ଭାବନା ପ୍ରତି ଧ୍ୟାନ ରଖିବେ। ସମସ୍ୟାକୁ ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ବିକ୍ରେତାଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ।
କନ୍ୟା: କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ନବବିବାହିତ ଦମ୍ପତିଙ୍କ ଲାଗି ଦିନଟି ଭଲ।
ତୁଳା: ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତ ମସ୍ତକ ହେବେ। କୌଣସି ପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତିର କାରଣ ହୋଇପାରେ। ଆଖପାଖର ଲୋକ ସାହାଯ୍ୟ କରିବେ।
ବିଛା: କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ। ଲୋକଙ୍କ ସମ୍ମୁଖରେ ମତ ରଖିବାର ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ଖୁବ୍ ପ୍ରଭାବିତ ହେବେ।
ଧନୁ: ଆପଣଙ୍କ ନିଷ୍ପତ୍ତି ଘରର ଅର୍ଥନୀତି ଓ ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ। ସମାଜିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ସୃଷ୍ଟି ହେବ।
ମକର: ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଆପଣ ଧୈର୍ଯ୍ୟଧରି ରହନ୍ତୁ। ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କ ଚେହେରାରେ ହସ ରହିବ।
କୁମ୍ଭ: କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସଂଶୟର ସ୍ଥିତି ସମାପ୍ତ ହେବ। ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ କ୍ଷେତ୍ରରେ ଲଗାନ୍ତୁ। ଯାନ ଚଳାଇବା ବେଳେ ସାବଧାନ ରହନ୍ତୁ।
ମୀନ: ଆପଣ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ପାଇବେ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।