ଆସନ୍ତା ଦୁଇ ଦିନ କାଳବୈଶାଖୀ
ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଓ କୁଆପଥର ବର୍ଷା ହୋଇପାରେ। ଏବେ ଏକ ଟ୍ରଫ୍ ଲାଇନ୍ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଉପରେ ଥିବା ଘୂର୍ଣ୍ଣିବଳୟଠାରୁ ଉପକୂଳ ଓଡ଼ିଶା ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚରେ ଅବସ୍ଥିତ ରହିଛି। ଏଥିସହ ଉତ୍ତର ଉପକୂଳ ଓଡ଼ିଶା ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ କାଳବୈଶାଖୀ ପ୍ରଭାବ ଲାଗିରହିବ।