୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରାୟ ବନ୍ଦ – ରିଜର୍ଭ ବ୍ୟାଙ୍କ
୨୦୨୩ ମେ’ ୧୯ ତାରିଖ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୮.୨୪% ନୋଟ୍ ଏବେ ଫେରାଇ ଦିଆଯାଇଛି ଏବଂ ୨୦୨୫ ଏପ୍ରିଲ ୩୦ରେ କାରବାର ଶେଷ ସୁଦ୍ଧା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବାହାରେ ଥିବା ନୋଟର ମୋଟ ମୂଲ୍ୟ ୬,୨୬୬ କୋଟି ଟଙ୍କାକୁ ଖସି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ମେ ୧୯, ୨୦୨୩ରେ ୨୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ଏହି ନୋଟ୍ ଗୁଡ଼ିକର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଅର୍ଥାତ୍ ସେଥିମଧ୍ୟରୁ ୨ ପ୍ରତିଶତରୁ କମ୍ ଏବେ ବି ପ୍ରଚଳନରେ ରହିଛି। ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି। ୨୦୨୩ ମେ’ ୧୯ ତାରିଖରୁ ରିଜର୍ଭ ବ୍ୟାଙ୍କର ୧୯ଟି ଇସ୍ୟୁ ଅଫିସରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ସୁବିଧା ଉପଲବ୍ଧ ରହିଛି। ଅକ୍ଟୋବର ୯, ୨୦୨୩ରୁ ଆରବିଆଇ ଇସ୍ୟୁ ଅଫିସ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ବ୍ୟକ୍ତି/ସଂସ୍ଥାମାନଙ୍କଠାରୁ ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରୁଛି। ଏହାବ୍ୟତୀତ ଦେଶର ଯେ କୌଣସି ପୋଷ୍ଟ ଅଫିସରୁ ଇଣ୍ଡିଆ ପୋଷ୍ଟ ଜରିଆରେ ୨୦୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କର ଯେକୌଣସି କାର୍ଯ୍ୟାଳୟକୁ ପଠାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ତାରିଖରେ ପ୍ରଚଳନରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା।