ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ ହୋଇଛି । ସେ ଘରେ ଆରତୀ କରୁଥିବା ସମୟରେ ତାଙ୍କ କପଡାରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ । ପୂଜା କରିବା ସମୟରେ ନିଆଁ ଲାଗିଯିବାରୁ ତାଙ୍କର ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା । ଅହମ୍ମଦାବାଦର ଜାୟଡସ୍‌ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ କଂଗ୍ରେସ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇଥିଲା । ଜଣେ କବି ଏବଂ ସାହିତ୍ୟକାର ଭାବେ ସେ ବେଶ୍‌ ଲୋକପ୍ରିୟ ଥିଲେ ।

Leave a comment