ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିକଟରେ ଦାବି

ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିକଟରେ ଦାବି ହୋଇଛି। ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ଵାମୀ ଏହି ଦାବି କରିଛନ୍ତି।ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଗୋସ୍ଵାମୀ ଏକ ପୋଷ୍ଟ କରି କ୍ରୀଡ଼ା ରାଜନୀତିଠାରୁ ଉର୍ଦ୍ଧ୍ବରେ ରହିବା ଉଚିତ ବୋଲି ଯେଉଁମାନେ କହୁଥିଲେ ସେମାନଙ୍କୁ ଗାଳି କରିଛନ୍ତି। ୨୦୨୫ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି କହିବା ପରେ ବହୁ ପାକିସ୍ତାନୀ ଭାରତକୁ ନିନ୍ଦା କରି କ୍ରୀଡ଼ା ରାଜନୀତିଠାରୁ ଉର୍ଦ୍ଧ୍ବରେ ରହିବା ଦରକାର ବୋଲି ମତ ଦେଇଥିଲେ। ଏବେ ଗୋସ୍ଵାମୀ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଏପରି କି ପାକିସ୍ତାନର ଜାତୀୟ କ୍ରୀଡ଼ା ସାଧାରଣ ନାଗରିକଙ୍କ ହତ୍ୟା କରୁଛି ବୋଲି ସେ କହିବାକୁ ପଛାଇ ନାହାନ୍ତି। ଏହାର ଉଚିତ ଜବାବ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।