ପହଲଗାମ୍‌ ଆତଙ୍କବାଦୀ  ଆକ୍ରମଣକୁ ନେଇ ବଡ଼ ଖବର , ୩ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ପହଲଗାମ୍‌ ଆତଙ୍କବାଦୀ  ଆକ୍ରମଣକୁ ନେଇ ବଡ଼ ଖବର । ୩ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି । ଅସିଫ୍‌ ଫୌଜି,ସୁଲେମାନ ଶା ଏବଂ ଅବୁତଲ୍ଲାର ସ୍କେଚ୍‌ ଜାରି । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ପାଲିଟି ଯାଇଛି । ଆତଙ୍କୀ ହମ୍‌ଲା ପରେ ସରକାର ଏବଂ ସୁରକ୍ଷା ଏଜେନ୍ସି ଆକ୍ସନ ମୋଡ଼ରେ ଅଛନ୍ତି । ତେବେ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ୩ଟି ସ୍କେଚ୍ ଜାରି କରିଛି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆତଙ୍କୀ ଆକ୍ରମଣରେ ମୋଟ ୨୮ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀ ରହିଛନ୍ତି   ।