ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ, ମୃତ୍ୟୁସଂଖ୍ୟା ୨୦ ରେ ପହଞ୍ଚିଛି

ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୦ ରେ ପହଞ୍ଚିଛି  ।   ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି  ।  ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି  । ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ପର୍ଯ୍ୟଟକ ଥିବା ଜଣାଯାଇଛି   ।  ୨ ରୁ ୩ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରକୁ ୪୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ  । ।

ଏହି ଆକ୍ରମଣର ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କୁ ତୁରନ୍ତ ଜମ୍ମୁ ଓ କଶ୍ମୀର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ସେହିପରି ଆସନ୍ତାକାଲି ଏନଆଇଏ ଟିମ୍ ପହଲଗାମ ଯାଇପାରେ  ।  ଆକ୍ରମଣରେ  ଜଣେ ଓଡ଼ିଆ ମଧ୍ୟ ପ୍ରାଣ ହରାଇଛନ୍ତି ।

ସେ ଦୁଇଦିନ ତଳେ ପତ୍ନୀ ଓ ପୁଅଙ୍କ ସହ ବୁଲିବାକୁ ଯାଇଥିଲେ ।  ଆତଙ୍କୀ ଆକ୍ରମଣ ବେଳେ କିଛି ଓଡିଆ ରହିଥିଲେ  । ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀର ପହଲଗାମ ନିକଟରେ ତୀର୍ଥଯାତ୍ରୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ କରିଛନ୍ତି  । ଏହି ଆକ୍ରମଣରେ ୬ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ  । ଆତଙ୍କୀଙ୍କୁ ଧରିବାକୁ ସୁରକ୍ଷାକର୍ମୀମାନେ ପୂରା ଅଂଚଳକୁ ଘେରାବନ୍ଦୀ କରିଥିଲେ  ।

ଏହି ଘଟଣା ଦକ୍ଷିଣ କାଶ୍ମୀର ପହଲଗାମ ଅଂଚଳରେ ହୋଇଛି । ଗ୍ରୀଷ୍ମ ସମୟରେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାର ସୁଯୋଗ ନେଇ ଆତଙ୍କୀମାନେ ଆଜି ଆକ୍ରମଣ କରିଛନ୍ତି ।  ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଅତିକମରେ ୬ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣ ପରେ ବିଜେପି ନେତା ରବିନ୍ଦ୍ର ରୈନା କହିଛନ୍ତି କି, ଆତଙ୍କବାଦୀମାନଙ୍କୁ ଧରାଯିବ । ସୂଚନା ଥାଉ କି ୨୦୨୪ ମେ ମାସରେ ମଧ୍ୟ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।  ସୂତ୍ର ସୂଚନା ମୁତାବକ ଏଠାରେ କିଛିଦିନ ହେବ ଆତଙ୍କବାଦୀମାନେ ଆଡ୍ଡା ଜମାଉଥିବା ସୂଚନା ଥିଲା  ।  ଏହାକୁ ନେଇ ସୁରକ୍ଷାବଳ ପୂର୍ଣ୍ଣ ପ୍ରସ୍ତୁତିରେ ଥିଲେ । ଏହାପରେ ବି ଆତଙ୍କବାଦୀମାନେ କିଭଳି ଆକ୍ରମଣ କଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।