ଚୀନ ଉପରେ ୨୪୫% ତାରିଫ ଲାଗୁ କରିଛନ୍ତି ଟ୍ରମ୍ପ
ଆମେରିକା ଏବଂ ଚୀନ ମଧ୍ୟରେ ତାରିଫ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଚୀନ ଉପରେ ୨୪୫% ତାରିଫ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହା ୧୪୫% ରହିଥିଲା। ମଙ୍ଗଳବାର ରାତିରେ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ଆହୁରି ୧୦୦% ଶୁଳ୍କ ବୃଦ୍ଧି କରିଛନ୍ତି। ଯାହାଫଳରେ ଆମେରିକାକୁ ଚୀନ ରପ୍ତାନୀ କରୁଥିବା ଉତ୍ପାଦ ଉପରେ ୨୪୫% ଶୁଳ୍କ ଲାଗୁ କରାଯିବ।ଦୁଇ ଦେଶ ମଧ୍ୟରେ ତାରିଫ ଯୁଦ୍ଧ ଚାଲିଥିବାବେଳେ ଚୀନ ଆମେରିକା ବିରୋଧରେ ଅର୍ଥନୈତିକ ଅବରୋଧ କଲା ଭଳି ପଦକ୍ଷେପ ନେଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଚୀନ ଆମେରିକାକୁ ଗ୍ୟାଲିୟମ, ଜର୍ମାନିୟମ ଏବଂ ଆଣ୍ଟିମୋନୀ ଭଳି ଗୁରୁତ୍ଵପୂର୍ଣ୍ଣ ପଦାର୍ଥ ରପ୍ତାନୀ ଉପରେ କଟକଣା ଲାଗୁ କରିଛି। ଏସବୁ ପଦାର୍ଥ ଏରୋସ୍ପେଶ, ପ୍ରତିରକ୍ଷା ଏବଂ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଚୀନ ନିକଟରେ ୬ଟି ବସ୍ତୁ ରପ୍ତାନୀ ଉପରେ କଟକଣା ଲାଗୁ କରିବା ଫଳରେ ବିଶ୍ଵବ୍ୟାପୀ ଏହାର ଅଭାବ ପରିଲକ୍ଷିତ ହୋଇଛି ବୋଲି ଆମେରିକା କହିଛି।