ଭାରତୀୟ ଉପହାଦେଶ ଦୁଇଭାଗରେ ବିଭକ୍ତ ହୋଇଯିବାର ଆଶଙ୍କା
ଲକ୍ଷ ଲକ୍ଷ ବର୍ଷ ଧରି ସ୍ଥିର ଥିବା ଏକ ବିଶାଳ ଭୂମି ଖଣ୍ଡ ହଠାତ୍ ଭିତର ପାଖରୁ ଭାଙ୍ଗିବାକୁ ଆରମ୍ଭ କଲେ ଏହାର ଫଳାଫଳ କ’ଣ ହେବ ତାହା ଚିନ୍ତା କରିବାର ସମୟ ଆସିଛି।। ଏହା କୌଣସି ବିଜ୍ଞାନ କାଳ୍ପନିକ କାହାଣୀ ନୁହେଁ, ବରଂ ଭାରତର ଭୌଗୋଳିକ ଭବିଷ୍ୟତ ବିଷୟରେ ଏକ ଗମ୍ଭୀର ଚେତାବନୀ। ଆଟଲାଣ୍ଟିସ୍ ଯୁବ ଭଳି ଭାରତୀୟ ଉପହାଦେଶ ଦୁଇଭାଗରେ ବିଭକ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ସମ୍ପ୍ରତି ଭୂତତ୍ତ୍ୱବିତ୍ମାନେ ସୂଚିତ କରିଛନ୍ତି ଯେ, ଭାରତୀୟ ପ୍ଲେଟ୍ ଦୁଇଟି ଭାଗରେ ବିଭକ୍ତ ହୋଇପାରେ। ଯାହା ହିମାଳୟ ଅଞ୍ଚଳରେ ବଡ଼ ଭୂତାତ୍ତ୍ୱିକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି, ଭାରତୀୟ ପ୍ଲେଟ୍ ଦୁଇଟି ଭାଗରେ ବିଭକ୍ତ ହେଉଛି, ଯାହା ଏହି ଅଞ୍ଚଳର ଭୌଗୋଳିକ ଗଠନକୁ ସବୁଦିନ ପାଇଁ ନୂଆଆକୃତି ଦେଇପାରେ। ଆମେରିକୀୟ ଜିଓଫିଜିକାଲ ୟୁନିଅନରେ ପ୍ରକାଶିତ ଏକ ଆର୍ଟିକିଲରେ ଏହି ଅଭୂତପୂର୍ବ ଆବିଷ୍କାର ବିଷୟରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଏହି ଅଞ୍ଚଳର ପ୍ଲେଟ୍ ପୃଥକ ହୋଇ ପୃଥିବୀର ଆବରଣରେ ବୁଡ଼ିଯାଉଛି। ଏହି ଅଧ୍ୟୟନ ରିପୋର୍ଟରେ, ଭାରତୀୟ ମହାଦେଶରେ ଘଟୁଥିବା ଭୂକମ୍ପ ଏବଂ ବିପଦ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।