ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା

ରାଜଧାନୀରେ ବଦଳିଲା ପାଗ, ଆକାଶରେ ଦେଖାଦେଲା କଳାହାଣ୍ଡିଆ ମେଘ। ଆକାଶରେ କଳାହାଣ୍ଡିଆ ମେଘ ସହ ଚାରିଆଡ଼େ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି।ସେହିପରି କଟକ ସହରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନ୍‌‌ ସିଟିରେ ଆସନ୍ତା ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ରାସ୍ତାଘାଟ ସମେତ ତଳିଆ ଅଞ୍ଚଳରେ ପ୍ରବଳ ପାଣି ଜମି ଯାଇଛି।

Leave a comment