ଆଇପିଏଲ୍‌ର ୨୩ତମ ମ୍ୟାଚ୍‌: ଗୁଜରାଟର ଚତୁର୍ଥ ବିଜୟ

ଚଳିତ ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ବୁଧବାର ଗୁଜରାଟ ଟାଇଟନ୍ସ ୫୮ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି। ଗୁଜରାଟ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ରାଜସ୍ଥାନ ୪ ବଲ୍‌ ପୂର୍ବରୁ ୧୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ଗୁଜରାଟ ପଞ୍ଚମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମକୁ ଉଠିଛି। ଅନ୍ୟପକ୍ଷରେ ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ସପ୍ତମ ସ୍ଥାନରେ ରହିଛି।

Leave a comment