ଟ୍ରମ୍ପ ନିଜର ଶୁଳକନୀତିକୁ ୯୦ ଦିନର ସ୍ଥଗିତ ରଖିବାକୁ ବିଚାର କରୁଛନ୍ତି
ଆମେରିକାର ଶୁଳ୍କ ନୀତି ଯୋଗୁଁ ଗତ କିଛି ଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଭାରତର ଷ୍ଟକ ବଜାରରେ ଅସ୍ଥିରତା ଦେଖାଦେଇଛି । ଟ୍ରମ୍ପଙ୍କ ଶୁଳକନୀତି ଫଳରେ ଆମେରିକା ସମେତ ସାରା ବିଶ୍ବ ଅର୍ଥନୈତିରେ ଏକ ସାମୟିକ ମାନ୍ଦାବସ୍ଥା ଆସିବାର ଆଶଙ୍କା ବି କରାଯାଉଛି । ଏଣୁ ଟ୍ରମ୍ପଙ୍କୁ ଖୋଦ ଆମେରିକାରେ ବି ବିରୋଧ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ନିଜର ଶୁଳକନୀତିକୁ ସାମୟିକ ଭାବେ ସ୍ଥଗିତ ରଖିବା ନେଇ ଆଲୋଚନା ହେଉଛି ।
ଆମେରିକୀୟ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସାକ୍ସର ଗବେଷଣା ମୁଖ୍ୟ ଦାବି କରିଛନ୍ତି ଯେ ଯଦିବି ଟ୍ରମ୍ପ ତାଙ୍କ ଶୁଳ୍କରୁ ଓହରି ଯାଆନ୍ତି, ତେବେ ବି ମାନ୍ଦାବସ୍ଥାର ସମ୍ଭାବନା ରହିଛି ।