‘ଇଣ୍ଡିଆନ୍ ଆଇଡଲ୍ ୧୫’ର ଟାଇଟଲ ଜିତିଲେ ମାନସୀ ଘୋଷ

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ’ ‘ଇଣ୍ଡିଆନ୍ ଆଇଡଲ୍ ୧୫’ର ଗ୍ରାଣ୍ଡ ଫିନାଲେ ଶେଷ ହୋଇ ଯାଇଛି । ଏହି ସିଜିନରେ ମାନସୀ ଘୋଷ ବିଜୟୀ ହୋଇଛନ୍ତି। କୋଲକାତାର ମାନସୀ ବିଜୟୀ ହେବାପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ନୂତନ କାର ମଧ୍ୟ ମିଳିଛି। କେବଳ ଏତିକି ନୁହେଁ, ମାନସୀ ଘୋଷ ‘ସୁପର ସିଙ୍ଗର’ର ପ୍ରଥମ ରନର୍ସଅପ୍ ମଧ୍ୟ ହୋଇଛନ୍ତି। ଏହି ସୋ’ ପ୍ରାୟ ପାଞ୍ଚ ମାସ ଧରି ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରି ଆସିଥିଲା।

Leave a comment