ଅଯୋଧ୍ୟାରେ ଉତ୍ସବର ମାହୋଲ,ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ

ଆଜି ରାମ ନବମୀ ଆଉ ଅଯୋଧ୍ୟାରେ ଉତ୍ସବର ମାହୋଲ । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବରେ ଉଲ୍ଲାସରେ ବୁଡିଯାଇଛି ରାମନଗରୀ । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ସକାଳ ୯ଟା ୩୦ରେ ପ୍ରଭୁ ରାମଙ୍କ ବିଶେଷ ଅଭିଷେକ ହୋଇଥିଲା, ଯାହା ପୂରା ଏକ ଘଣ୍ଟା ଧରି ଚାଲିଥିଲା । ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା । ତେବେ ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଦେଖିଥିଲା । ଏହାପୂର୍ବରୁ ରାମ ମନ୍ଦିର ସହ ଅଯୋଧ୍ୟାର ଅନ୍ୟ ମନ୍ଦିରକୁ ଫୁଲରେ ସଜା ଯାଇଛି । ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟା ପହଞ୍ଚିଛନ୍ତି । ରାମ ମନ୍ଦିରରେ ଏହା ଦ୍ୱିତୀୟ ଜନ୍ମୋତ୍ସବ । ତେବେ ଆଜି ସୂର୍ଯ୍ୟାଭିଷେକ ହେବା ପୂର୍ବରୁ ଶନିବାର ଏହାର ଟ୍ରାଏଲ କରାଯାଇଥିଲା । ଆଜି ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ସୂର୍ଯ୍ୟ କିରଣ ପଡ଼ିଥିଲା । ସବୁ ଟିଭି ଚ୍ୟାନେଲରେ ଏହାର ସିଧା ପ୍ରସାରଣ ହୋଇଥିଲା । ଦୁନିଆର ସମସ୍ତ ରାମ ଭକ୍ତ ଏହାକୁ ଦର୍ଶନ କରିଥିଲେ ।

Leave a comment