ମା’ କୁ ହରାଇଲେ ଜ୍ୟାକଲିନ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କିଛିଦିନ ହେବ ରୋଗରେ ପୀଡ଼ିତ ଥିବା ଜ୍ୟାକଲିନଙ୍କ ମା’ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଜ୍ୟାକଲିନଙ୍କ ମା’ କିମ ଫର୍ଣ୍ଣାଣ୍ଡିଜଙ୍କ ହାର୍ଟ ଷ୍ଟ୍ରୋକ ହୋଇଥିଲା। ଯେଉଁ କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଡାକ୍ତରମାନେ ତାଙ୍କ ଉପରେ ୨୪ଘଣ୍ଟା ନଜର ରଖିଥିଲେ। କିନ୍ତୁ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ କିମଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ଲେଖାହେଲା ପର୍ଯ୍ୟନ୍ତ ଜ୍ୟାକଲିନଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ଆସିନାହିଁ।

ମା’ଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ଜ୍ୟାକଲିନ କାମ ଛାଡ଼ି ତୁରନ୍ତ ହସ୍ପିଟାଲ ଦୌଡ଼ି ଯାଇଥିଲେ। ମା’ଙ୍କ ମୃତ୍ୟୁ ଖବର ପାଇବା ପରେ ଜ୍ୟାକଲିନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଲାଇମଲାଇଟରୁ ସର୍ବଦା ଦୂରେଇ ରହିଥିବା କିମ ପ୍ରତି ମୁହୂର୍ତ୍ତରେ ଜ୍ୟାକଲିନଙ୍କ ସହିତ ରହିଥାଆନ୍ତି। ତାଙ୍କୁ ପ୍ରତିଟି କାମ ପ୍ରତି ସଜାଗ ରହିବାକୁ ଚେତାଇବା ସହିତ ସମର୍ଥନ ବି କରିଥାଆନ୍ତି।

Leave a comment