ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଏପ୍ରିଲ ୧୪ ତାରିଖରେ ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ
ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାଧାରଣ ଲୋକେ ବି ଏହି ଖବର ଜାଣିରଖିବା ଆବଶ୍ୟକ ରହିଛି । ଯଦି କୌଣସି ସରକାରୀ ଅଫିସରେ କାମ ଅଛି ଏବଂ କୌଣସି ବ୍ୟକ୍ତି ଏପ୍ରିଲ ୧୪ତାରିଖରେ କାମ କରିବାକୁ ପ୍ଲାନ୍ କରିଛନ୍ତି ତେବେ ଜାଣି ରଖନ୍ତୁ ଏପ୍ରିଲ ୧୪ ତାରିଖରେ ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ ।