ଅବକାରୀ ପୋଲିସର ଚଢ଼ାଉ ୧୦୫ଗ୍ରାମ ବ୍ରାଉନସୁଗାର ଜବତ ବେପାରୀ ଗିରଫ।

ଖୋର୍ଦ୍ଧା ଜିଲ୍ଲାରେ ଧିରେ ଧିରେ ବଢ଼ିବାରେ ଲାଗିଛି ଧଳାଜହର କାରବାର।ଧଳା ଜହର କବଜାରେ ଖୋର୍ଦ୍ଧା ସହର।ଧଳାଜହର ବେପାରୀ ମାନେ ସାହି ସାହିର ଗଳିକନ୍ଦିରେ ସେମାନଙ୍କର ବେପାରକୁ ବେଧଡକ ଭାବରେ ଚଲାଉଛନ୍ତି।ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଧଳାଜହର କାରବାରକୁ ବନ୍ଦ କରିବା ପାଇଁ ଚଢ଼ାଉ ହେଉଥିବା ବେଳେ ବେପାରୀ ମାନେ ସୁଯୋଗ ଉଣ୍ଡି ବେପାର କରୁଛନ୍ତି।ଆଜି ଖୋର୍ଦ୍ଧା ଗୁରୁଜଂଗ ଟାଗିଂ ସାହିରେ ଧଳାଜହର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଥିଲା।ଅବକାରୀ ବିଭାଗ ଜାଲରେ ଫସିଥିଲା ଧଳାଜହର ବେପାରୀ।ତତା ନିକଟରୁ ୧୦୫ଗ୍ରାମ ଧଳାଜହର ଜବତ କରି ବେପାରୀ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ପୋଲିସ।ଗିରଫ ବେପାରୀ ଜଣଙ୍କ ଗୁରୁଜଂଗ ଟାଗିଂ ସାହିର ରାଜକିଶୋର ସୁନ୍ଦରାୟ।ରାଜକିଶୋର ନାମରେ ଏଡିପିଏସ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ପୋଲିସ।

Leave a comment