ପୁରୁଣା ଗାଡ଼ିଗୁଡ଼ିକୁ ମିିଳିବନି ପେଟ୍ରୋଲ ଓ ଡିଜେଲ

ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଯୋଜନା କରିଛନ୍ତି। ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ବିକ୍ରି ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ବୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ (ଏଏନ୍‌ପିଆର୍‌) କ୍ୟାମେରା ଲଗାଯାଇଛି ବୋଲି ଜଣାଯାଇଛି।

ଏଏନ୍‌ପିଆର୍‌ ବା ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିକଗ୍‌ନିସନ କ୍ୟାମେରା ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଦ୍ବାରା ଧାର୍ଯ୍ୟ ଗାଡ଼ିର ବୟସସୀମାକୁ ଜାଣିବ। ଯେଉଁଗୁଡ଼ିକର ବୟସସୀମା ଟପି ଯାଇଥିବ ସେଗୁଡ଼ିକୁ ପେଟ୍ରୋଲ ପମ୍ପ ଇନ୍ଧନ ଦେବେ ନାହିଁ। ଏନ୍‌ଜିଟିର ନିୟମ ଅନୁଯାୟୀ, ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ରୁ ଅଧିକ ପୁରୁଣା ଡିଜେଲ୍‌ ଗାଡ଼ିଗୁଡ଼ିକୁ ଇନ୍ଧନ ଦିଆଯିବ ନାହିଁ। ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିର୍ସା ଶୁକ୍ରବାର ସୂଚନା ଦେଇଥିଲେ ଯେ ପ୍ରଦୂଷଣ ହ୍ରାସ କରିବା ନିମ‌ନ୍ତେ ପୁରୁଣା ଗାଡ଼ିଗୁଡ଼ିକୁ ଇନ୍ଧନ ନଦେବା ଲାଗି ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ଉପକରଣ ଲଗାଯାଉଛି। ଦିଲ୍ଲୀରେ ପ୍ରାୟ ୫୦୦ ପେଟ୍ରୋଲ ପମ୍ପ ରହିଛି।

Leave a comment