ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆକ୍ସନରେ କ୍ରାଇମବ୍ରାଞ୍ଚ,ଆଜି ଷଷ୍ଠ ଦିନର ଜେରା

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଆଜି ମଧ୍ୟ ଏହି ହତ୍ୟାକାଣ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା । ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’ । ତାଙ୍କୁ କାଲି ଜେରା କରିଥିଲା ତଦନ୍ତକାରୀ ସଂସ୍ଥା ।  ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ ।  ୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇନଥିଲା । ଯାହା ନିଜେ ମାନିଛନ୍ତି ସରୋଜ । ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମବ୍ରାଂଚ ।  ନବଦାସଙ୍କ ପାଦ ଛୁଉଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲିଯାଇଥିଲା । ନବ ଦାସ ହତ୍ୟା ଘଟଣାରେ ୬ ଦିନ ହେଲାଣି ଖୋଳତାଡ କରୁଛି କ୍ରାଇମବ୍ରାଂଚ । ପୂର୍ବରୁ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ, ନବଦାସଙ୍କ ପରିବାରଙ୍କ ସମେତ ୧୨ଜଣଙ୍କ ବୟାନ ରେକର୍ଡ ସରିଛି । ଆଗକୁ କାହାର ପାଳି ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave a comment