ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ
ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀଙ୍କୁ ସାକ୍ଷାତ କରିବାକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଦାସଙ୍କ ପତ୍ନୀ। । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ ମିନତି ଦାସ, ଝିଅ ଦିପାଲି ଦାସ ଓ ବିଶାଳ ଦାସ ଭେଟିବେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେବେ ବୋଲି ଦିପାଲି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଇ -ମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀ ।