୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା
ପୁଣି କଲବଲ କଲା ତାତି । ବୌଦ୍ଧ ଆଜି ବି ରାଜ୍ୟର ତତଲା ସହର ପାଲଟିଛି । ବୌଦ୍ଧ ଲଗାତାର ଦ୍ବିତୀୟ ଦିନ ପାଇଁ ୪୩ ଡିଗ୍ରୀ ଅତିକ୍ରମ କରିଛି। ବରଗଡ, ଅନୁଗୁଳ ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଛି । ଦୁଇ ଦିନ ପରେ ବଦଳିବ ପାଣିପାଗର ମିଜାଜ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ବର୍ଷାରେ ଭିଜିବ ସାରା ଓଡିଶା । ୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା ।ଗୋଟେ ସପ୍ତାହ ରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ତାପମାତ୍ରା ଅଣାୟତ୍ତ କରୁଚି। ଗତ ୨ ଦିନ ହେବ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଥିବାବେଳେ ଆଜି ବି ନାକେଦମ୍ କରିଚି ଗରମ ଓ ଗୁଳୁଗୁଳି। ଏଭଳି ଖରା ଆଉ ଦୁଇ ଦିନ ଅନୁଭୂତ ହେବ। ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ, ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି ।