ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଶ ଓ ରାଜ୍ୟରୁ ଦୂର ହେଲା ବିପଦ

ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି  l ଶୂନ୍ୟରେ ପତିତପାବନ ବାନାରେ ଆପେ ଆପେ ଗଣ୍ଠି ପଡିଗଲେ ତାହା ଶୂନ୍ୟ ଗଣ୍ଠି କୁହାଯାଏ  ।  ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ ।  ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କହିଛନ୍ତି । ଗତକାଲି ପ୍ରବଳ ପବନ ବହିଥିଲା  । ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା । ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଉଡୁଛି । ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଳାଯିବ । ଏହି ଶୂନ୍ୟ ଗଣ୍ଠିକୁ ଶୁଭ ସଂକେତ କୁହାଯାଏ  l ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଙ୍କେତ ବୋଲି ବରିଷ୍ଠ ଦଇତାପତି ସେବାୟତ କରିଛନ୍ତି  l