ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡା
ମାର୍ଚ୍ଚ ମାସରୁ ଡରାଇଲାଣି ଖରା । ଏବେଠାରୁ ତତଲା ତାଓ୍ୱାରେ ସିଝୁଛି ଓଡିଶା । ଆଜି ରାଜ୍ୟର ଅନେତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଦିନ ୨ଟା ୩୦ ସୁଦ୍ଧା ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡା । ଝାରସୁଗୁଡାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରହିଥିଲା । ସେହିପରି ରାଉରକେଲା ୩୯.୮, ସମ୍ୱଲପୁର ୩୯, ହୀରାକୁଦ ୩୮.୪, କେନ୍ଦୁଝର ୩୭.୪, ଚାନ୍ଦବାଲି ୩୭.୪ ରହିଥିଲା ତାପମାତ୍ରା ।
ତେବେ ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ ତାତି, ୧୯ ପରେ ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୩ ଦିନ ଅର୍ଥାତ ୧୯ ତାରିଖ ଯାଏ କଲବଲ କରିବ ଅସମ୍ଭାଳ ତାତି, ଜଳିବ ଆଭ୍ୟନ୍ତରିଣରୁ ଉପକୂଳ। ତେବେ ଗତକାଲି ୪୨.୫ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ରହିଥିବା ବେଳେ ୪୩ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ । ୨ ଦିନ ଯାଏ ସିଭିୟର ହିଟ ୱେଭ ରହିଥିବା ବେଳେ ଆସନ୍ତା ୨୪ ଘଂଟାରେ ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧରେ ରେଡ ଆଲର୍ଟ ଜାରିକରିଛି ପାଣିପାଗ ବିଭାଗ। ହିଟୱେଭକୁ ନେଇ ଅନୁଗୁଳ, ବଲାଙ୍ଗୀର, ସୁନ୍ଦରଗଡ ରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ସହ ମୟୂରଭଞ୍ଜ, କେନ୍ଦୁଝର ଢେଙ୍କାନାଳ ଓ ଗଜପତିରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।