ଲେଣ୍ଡୋ ଗ୍ରାମର ପ୍ରସିଦ୍ଧ ଐତିହାସିକ ଦୋଳ ଯାତ୍ରା ଆରମ୍ଭ
ଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆକୁ ବିରାଟ ଶୋଭାଯାତ୍ରାରେ ଦୋଳବିମାନରେ ବିରାଜମାନ କରିଛନ୍ତି ଠାକୁର ପତିତପାବନ ଦେବ ଓ ଐଶାନେଶ୍ୱର ଦେବଙ୍କ ସହିତ ୧୨ ଠାକୁର ଠାକୁରାଣୀ।ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ଦୋଳ ଯାତ୍ରା।
ପତିତପାବନ ଦେବ ଓ ଐଶାନେଶ୍ୱର ଦେବ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି।ଶୋଭାଯାତ୍ରାରେ ହରିବୋଲ ହୁଳହୁଳି ଧୂନୀରେ ଘଣ୍ଟଘଣ୍ଟା,ବାଘନାଚ,ଘୋଡାନାଚ ଓ ପରିଚାଚ ସହିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଠାକୁରଙ୍କୁ ପାଛୋଟି ନେଉଛନ୍ତି ଭକ୍ତଶ୍ରଦ୍ଧାଳୁ।ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଦୋଳ।ଦୋଳଯାତ୍ରା ୩ଦିନଧରି ଅନୁଷ୍ଠିତ ହେଉଥିବା ରୁ ସ୍ଥାନୀୟ ଅଂଚଳର ଲୋକମାନେ ଓ ଦୋଳ କମିଟିର ସଦସ୍ୟ ମାନେ ବେଶ ଖୁସି ଅଛନ୍ତି।ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ।ଲୋକେ ଦୁରଦୂରାନ୍ତରୁ ଛୁଟି ଆସିଛନ୍ତି ଦୋଳ ଯାତ୍ରା ଦେଖିବାକୁ।ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦୋଳ କମିଟିର ସଦସ୍ୟ ଓ ପୋଲିସ ପ୍ରଶାସନ ନିୟୋଜିତ ଅଛନ୍ତି।