ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ । ଦଳ ପକ୍ଷରୁ ଆୟୋଜିତ ହୋଲି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରିଷ୍ଠ ନେତୃବୃନ୍ଦ ଓ ସାମ୍ବାଦିକଙ୍କ ଗହଣରେ ହୋଲି ଖେଳିଛନ୍ତି । ପ୍ରତିବର୍ଷ ପରି ଏବର୍ଷ ବି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ହୋଲି ବନ୍ଧୁ ମିଳନ କାର୍ଯ୍ୟକ୍ରମ । ରାଜ୍ୟ ବିଜେପି ସଭାପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନେକ ରାଜ୍ୟ ନେତୃତ୍ୱ ଏବଂ ବରିଷ୍ଠ ସାମ୍ବାଦିକ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।