ହୋଲି ଉତ୍ସବ ପାଳନ କଲା ନିରାକରପୁର ବ୍ଯାଡମିଣ୍ଟନ ଦଳ

ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।  ଗାଁ ରୁ ସହର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି।

ନିରାକରପୁର ଅଞ୍ଚଳରେ MORNING GLORY BADMINTON TEAMର ସମସ୍ତ ଖେଳାଳି ମାନେ ଖେଳସାରି ଜଣେ ଜଣଙ୍କୁ ରଙ୍ଗଲଗାଇ ଅଭିନନ୍ଦନ ଜଣାଇଛନ୍ତି | ପରେ ପରସ୍ପର ପରସ୍ପରକୁ ମିଠା ଖୁଆଇ ହୋଲି ଉତ୍ସବ ପାଳନ କରିଛନ୍ତି |

ଅନ୍ୟପଟେ ହୋଲି ପାଇଁ କଟକଣା ମଧ୍ୟ ଜାରି କରାଯାଇଛି | ଏପରିକି ହୋଲିରେ ମଦ ଦୋକାନ ବନ୍ଦ ରଖିବାକୁ କହିଛନ୍ତି |