ହୋଲି ପାଇଁ ଭୁବନେଶ୍ବରରେ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କଲା କମିସନରେଟ ପୋଲିସ

ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ଅନେକ ସମୟରେ ଦେଖାଯାଏ ଯେ ସାବୁନ ଇତ୍ୟାଦି ବ୍ୟବହାର କଲେ ମଧ୍ୟ ହୋଲିର ରଙ୍ଗ ଛାଡି ନଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ କିଛିଟା ସତର୍କତା ଅବଲମ୍ବନ ନକଲେ ପରେ ଏହା କାଳ ହୋଇପାରେ। ହୋଲି ପାଇଁ ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି । ହୋଲିରେ 20 ପ୍ଲାଟୁନ ପୋଲିସ ନିୟୋଜିତ ରହିବେ । ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ନ ଯିବାକୁ ଅପିଲ କଲେ ଡିସିପି । ସମସ୍ତ ନଦୀ ଘାଟରେ ପୋଲିସ ଫୋର୍ସ, ଓଡ୍ରାଫ, ଫାୟାର ଟିମ ନିୟୋଜିତ ରହିବେ । ହୋଲିରେ ଡ୍ରିଙ୍କନ ଡ୍ରାଇଭ ନକରିବାକୁ କହିଲେ ଡିସିପି । ଏହାସହ ହୋଲି ଦିନ ଚେକିଂ ବ୍ଳକିଂ ମଧ୍ୟ କରାଯିବ । ସବୁ ଥାନା ଅଧିକାରୀମାନେ ରାସ୍ତାରେ ଜଗିବେ ।

ରାସ୍ତାରେ ଜନସାଧାରଣ ଝଗଡା ନକରିବାକୁ ମଧ୍ୟ କହିଛନ୍ତି ଡିସିପି । ଯିଏ ରାସ୍ତାରେ ପାଟି ତୁଣ୍ଡ କରିବେ, ଗଣ୍ଡଗୋଳ କରିବେ,ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହୋଲି ପୂର୍ବରୁ ରାଜଧାନୀର ସମସ୍ତ ହୋଟେଲ, ଲଜ ରେ ଯାଞ୍ଚ କରାଯିବ । ମଦ ବିକ୍ରି ଏବଂ କ୍ୟାମିକାଲ ରଙ୍ଗ ବିକ୍ରି ଉପରେ ରହିବ ପୋଲିସର ନଜର ରଖିବ ପୋଲିସ । ଶାନ୍ତି ଶୃଙ୍ଖଳାର ସହ ହୋଲି ସେଲିବ୍ରେସନ କରିବାକୁ ଅନୁରୋଧ କଲେ ଭୁବନେଶ୍ୱର ଡିସିପି ।