ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ
ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଏବେ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ। ଗତ ଜାନୁଆରୀ 19ରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଖାଲି ପଡ଼ିଥିଲା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ। ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ଅବସର ନେଇଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।