ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା , ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର । ବିକ୍ଷାଭ ନାଁରେ ଉତ୍ପାତ  କରିଛନ୍ତି ବାଣିବିହାର ଛାତ୍ର । ଜୟ ଭୀମ୍‌ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିଛନ୍ତି । ମୁଖ୍ୟ ଫାଟକରେ ତାଲା ପକାଇବା ସହ ।

ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି  ।  ଗତକାଲି ଜୟ ଭୀମ ସଂଗଠନ ତରଫରୁ କାର୍ୟ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର  କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା ।

ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରା ଉଚରା କରିବା ବେଳେ ଗଣ୍ଡଗୋଳ ହୋଇଥିଲା  ।   ଯେଉଁଥିରେ ଜଣେ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୮ ଜଣ ମଧ୍ୟ ଆହତ ହୋଇଛନ୍ତି। ମାଡ଼ ମାରିଥିବା ଜୟ ଭୀମ କର୍ମୀଙ୍କ ଗିରଫଦାରି ଦାବି  କରି ଛାତ୍ରଙ୍କ ବିକ୍ଷୋଭ ଜାରି ରହିଛି   ।