ଆଜିଠୁ ପୁଣି ଆରମ୍ଭ ହେଲା ମାତା ବେଷ୍ଣୋଦେବୀଙ୍କ ଯାତ୍ରା
ମେଟ୍ରୋ ଟିଭି ଓଡିଶା,୬/୧: ମାତା ବେଷ୍ଣୋଦେବୀଙ୍କ ଯାତ୍ରା ପାଇ କରିବାକୁ ଚାହୁଁଥିବା ଲୋକଙ୍କ ପାଇ ନୂଆ ଖୁସି ଖବର ଆସିଛି ।ପୁଣି ଥରେ ଖୋଲିଛି ମାତାଙ୍କ ମନ୍ଦିର ।ଏବେ ଭକ୍ତ ମାଁଙ୍କ ଦର୍ଶନ କରିପାରିବେ । କିଛି ଦିନ ହେଲା ଜାମ୍ମୁ-କାଶ୍ମୀରରେ ପ୍ରବଳ ବରଫାବୃତ ହେଉଥିବାରୁ ମାତାଙ୍କ ଦ୍ୱାରାକୁ ଭକ୍ତ ମାନେ ଆସିପାରୁନଥିଲେ ।ଏହା ଦ୍ୱାରା କାଶ୍ମୀର ଘାଟୀ ଓ ଜମ୍ମୁର କେତେକ ପର୍ବତୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିସହ ଶ୍ରୀ ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗ ଅର୍ଦ୍ଧକୁମାରୀ ଭବନ ରାସ୍ତାରେ ପଥର ଖସିବା ଯୋଗୁ ବ୍ୟାଟେରୀ କାର ମାର୍ଗ ମଧ୍ୟ ବନ୍ଦ ହୋଇଯାଇଥିଲା।
ସୂଚନା ଅନୁଯାୟୀ ଗତ ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଅବସ୍ଥାକୁ ଦେଖି ମାତା ବୈଷ୍ଣୋଦେବୀ ଯାତ୍ରା ସ୍ଥଗିତ କରି ଦିଆଯାଇଥିଲା। କିନ୍ତୁ ଗୁରୁବାର ପାଣିପାଗ ବିଭାଗ ଆକଳନ କରିବା ପରେ ପୁନର୍ବାର ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି ଅର୍ଥାତ୍ ଗୁରୁବାର ଠାରୁ ଜମ୍ମୁ- କାଶ୍ମୀରରେ ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ପାଇଁ ହେଲିକପ୍ଟର ସେବା ପୁଣିଥରେ ଆରମ୍ଭ ହୋଇଛି। ଏବେ ଯାତ୍ରୀମାନେ ସିଧାସଳଖ ହେଲିକପ୍ଟର ମାଧ୍ୟମରେ ମାତାଙ୍କୁ ଦର୍ଶନ କରିପାରିବେ।