ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଉଦଳାରେ ବାଥୁଡି ସମାଜର ବାର୍ଷିକ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମାଆ କିଚେକେଶ୍ବରୀଙ୍କର ଦର୍ଶନ କରିବେ ।  ଯଶିପୁରରେ ରାତ୍ରି ରହଣୀ ସହ ଆସନ୍ତାକାଲି ରାମତିର୍ଥରେ ମିନି ମାରାଥନରେ ଯୋଗଦେବେ । ଡିଡି କଲେଜ ପଡିଆରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଚମ୍ପୁଆ କଲେଜ ଆଲୁମିନି ମିଟରେ ମଧ୍ୟ ଯୋଗଦାନ କରିବେ । ଆସନ୍ତାକାଲି ଅପରାହ୍ନରେ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ସଂଧ୍ୟାରେ କାଳିପଡିଆ ହର୍ବାଲ ମେଳାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।