ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି
ଆଜି ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି । ବର୍ଷକର ଏହି ଗୋଟିଏ ଦିନରେ ଗମ୍ଭୀରା ଭିତରକୁ ଯାଇ ଶ୍ରୀଲିଙ୍ଗ ଦର୍ଶନ କରିଥାନ୍ତି ଭକ୍ତ। ପାଦୁକା ଉଦ୍ଧାର ପରେ ସମ୍ପୁର୍ଣ୍ଣ ଦୃଶ୍ୟମାନ ହୁଏ ଶ୍ରୀଲିଙ୍ଗ । ବର୍ଷ ତମାମ ଫୁଲ,ବେଲପତ୍ର,ଦହି,କଦଳୀରେ ବୁଡି ରହୁଥିବା ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ଏହି ଏକାଦଶୀ ଠାରୁ ହିଁ ପାଳିତ ହୁଏ ଜାଗର ନୀତି। ତେଣୁ ଆଜିଠାରୁ ଲୋକନାଥ ପୀଠରେ ନାହିଁ ନଥିବା ଭିଡ । ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତି ୧୨ ଟା ୩୦ ରୁ ଦ୍ଵାର ଖୋଲା ହୋଇ ରାତି ୨ ଟା ସୁଦ୍ଧା ସରିଥିଲା ନୀତି। ରାତି ୨ଟାରୁ ସକାଳ ୫ ଟା ୩୦ ପର୍ଯ୍ୟନ୍ତ ହୋଇଥିଲା ପଙ୍କ ଉଦ୍ଧାର ।
ପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ୭ ଟା ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଜଗତମଙ୍ଗଳ ଉଦ୍ଦେଶ୍ୟରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ବଡ଼ ଦୀପ ବସାଯାଇଛି । ଆସନ୍ତା ୨୬ ତାରିଖ ବୁଧବାର ଜାଗରଜାତ୍ରା ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା । ଭୋର୍ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ହେବ ସର୍ବ ସାଧାରଣ ଦର୍ଶନ । ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା