ବିପୁଳ ପରିମାଣର କଇଁଚ ବୋଝେଇ ଗାଡି ଜବତ ଜଣେ ଅଟକ

ବିପୁଳ ପରିମାଣର କଇଁଚ ଵୋଝେଇ ଗାଡି ଜବତ ଜଣେ ଅଟକ। ଆନ୍ଧ୍ରପ୍ରଦେଶ ର ଭାଇଜାଗ୍ ରୁ ପଶ୍ଚିମବଙ୍ଗ ହେଉଥିଲା କଇଁଛ ଚୋରାଚାଲଣ । ମିନିଟ୍ରକ ନଂ WB25_D_4015 ରେ ହେଉଥିଲା କଇଁଛ ଚୋରାଚାଲଣ । ମାଛ ପାର୍ସଲ ଟ୍ରେ-ରେ ହେଉଥିଲା କଇଁଛ ଗୁଡିକୁ ଭର୍ତ୍ତି କରି ହେଉଥିଲା ଚୋରାଚାଲଣ।ଖବର ପାଇ ଡାଇରେକ୍ଟର-ଅଫ୍-ଇଣ୍ଟେଲିଜେନ୍ସ୍ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲଗେଟ ନିକଟରେ ଚଢ଼ାଉ।ଚଢ଼ାଉ ପରେ ବନ ବିଭାଗକୁ ହସ୍ତାନ୍ତର । ଟାଙ୍ଗୀ ବନ ବିଭାଗ ରେଜଂର ରେଜଂରଙ୍କ ଉପସ୍ଥିତ ରେ ଭୂଷଣ୍ଡପୁର ଫରେଷ୍ଟ ବିଟ ହାଉସରେ କଇଁଚ ଗାଡିରୁ ଉଦ୍ଧାର କରି ଚାଲିଛି ଗଣତି ହୋଇଥିଲା |ଏଥିରୁ ୭୧ଟି ମାଛ ପାର୍ସଲ ଟ୍ରେ-ରେ ଥିବା ୧୪୪୮ଟି କଇଁଛଙ୍କୁ ଉଦ୍ଧାର କରାଯାଇଛି। ତନ୍ମଧ୍ୟରେ ୧୦୨ଟି ମୃତ କଇଁଛ ଥିବା ବେଳେ ୧୩୪୬ଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି।

ଖୋର୍ଦ୍ଧା ବନ ବିଭାଗ ଏସିଏଫ୍‌ ସୁଶାନ୍ତ ବନ୍ଧ କୁହନ୍ତି, ଏହି କଇଁଛ ମଧୁର ଜଳରେ ରୁହନ୍ତି। ଏହାକୁ ଖାଦ୍ୟ ଉଦ୍ଦେଶ୍ୟରେ ନିଆଯାଇଥାଏ ବୋଲି ଅନୁମାନ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜବତ କଇଁଛଗୁଡ଼ିକୁ କେଉଁଠାରେ ଛଡ଼ାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।